IOCL ପାଇପଲାଇନରୁ ତେଲ ଲିକ୍, କାଉଡ଼ିଆ ନଦୀରେ ଭାସୁଛି ଶହ ଶହ ଲିଟର ତେଲ

Published By : Prameya-News7 Bureau | October 20, 2024 IST

ପାରାଦୀପ ୨୦।୧୦: ଆଇଓସିଏଲ ପାଇପଲାଇନରୁ ତେଲ ଲିକ୍ ହୋଇ ଶହ ଶହ ଲିଟର ତେଲ ଭାସୁଛି କାଉଡ଼ିଆ ନଦୀରେ । ପାଇପଲାଇନ କଣା କରି କିଛି ଦୁର୍ବୃତ୍ତ ତେଲ ଚୋରି କରିବା ସମୟରେ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଅଠରବାଙ୍କି ଠାରୁ ନେହେରୁବଙ୍ଗଳା ଯାଇଥିବା ରାସ୍ତାରେ ବିଛା ହୋଇଥିବା ପାଇପଲାଇନରେ ହୋଇଛି କଣା। ତେବେ ଏହି ପାଇପଲାଇନ ଯୋଗେ ଜାହାଜରୁ ପେଟ୍ରୋଲ ଓ ଡିଜେଲ୍ ଓ ଫର୍ଣ୍ଣେସ ତୈଳ ଆଇଓସିଏଲ ତୈଳ ଟର୍ମିନାଲକୁ ଯାଇଥାଏ । ତେବେ ଏହା କି ତୈଳ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହା ଫର୍ଣ୍ଣିତ ତୈଳ ବୋଲି ସନ୍ଦେହ କରାଯାଉଛି । କେହି ଏହାକୁ କଣା କରି ତେଲ ଚୋରି କରୁଥିବା ବେଳେ ପାଇପରେ ଅଧିକ ପ୍ରେସର ଯୋଗୁଁ ଏହା ବାହାରକୁ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ପାଇପ ଲାଇନରୁ ତେଲ ଚୋରିକୁ ରୋକିବା ପାଇଁ ୨୪ ଘଣ୍ଟିଆ ସିକ୍ୟୁରିଟିର ବ୍ୟବସ୍ଥା କରାଯାଇଛି । ମାତ୍ର ବାରମ୍ବାର ଏଭଳି ଘଟୁଥିବା ବେଳେ ଏଥିରେ ତୈଳ ଟର୍ମିନାଲର ଅଧିକାରୀ ଓ ସିକ୍ୟୁରିଟି ଅଧିକାରୀ ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି । ଘଟଣାସ୍ଥଳରେ ଆଇଓସିଏଲର ଅଧିକାରୀ ମାନେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

You Can Read:

ସମ୍ ହସ୍ପିଟାଲ ପକ୍ଷରୁ ନିଆଳିରେ ମାଗଣା ସ୍ବାସ୍ଥ୍ୟ ଶିବିର, ସ୍ଵାସ୍ଥ୍ୟ ପରୀକ୍ଷା କରାଇଲେ ଶତାଧିକ ଲୋକ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.